9 ମାସର ଶିଶୁକୁ 24 ଘଣ୍ଟାରେ 25 ଥର ହାର୍ଟଆଟାକ. ଏହା ଶୁଣି ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହେଉଥିବେ. ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସଂପୂର୍ଣ୍ଣରୂପେ ସତ୍ୟ. ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ. 24 ଘଣ୍ଟାରେ ଥିୟୋ ଫ୍ରାଇ ନାମକ ଜଣେ 9 ମାସର ଶିଶୁକୁ 25 ଥର ହାର୍ଟଆଟାକ ଆସିଛି. ଆଉ ତା ପରେ ମଧ୍ୟ ଶିଶୁଟି ସଂପୂର୍ଣ୍ଣରୂପେ ସୁସ୍ଥ ଅଛି. ତେବେ ସେହି ଶିଶୁକୁ ବ୍ରିଟେନ ଡାକ୍ତର ‘ମିରାକିଲ ବେବି’ ବୋଲି କହୁଛନ୍ତି. ବର୍ତ୍ତମାନ ଥିୟୋକୁ 19 ମାସ ହେଲାଣି. 2017ରେ ଜନ୍ମ ହୋଇଥିବା ଥିୟୋ ଜନ୍ମ ହେବାର 8 ଦିନ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା. ବ୍ଲଡ ପଏଜନିଂ ଯୋଗୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ସେ ବଞ୍ଚିବ ବୋଲି ମଧ୍ୟ କେହି ଆଶା କରିନଥିଲେ. ପଏଜନିଂ ପାଇଁ ହାର୍ଟରେ ଏକ କ୍ଷୁଦ୍ର ହୋଇଥିଲା, ଫଳରେ ଶରୀରକୁ ଠିକ୍ ଭାବରେ ପମ୍ପିଂ କରାଯାଇପାରିନଥିଲା. ପରେ ଡାକ୍ତର ଥିୟୋର ଓପନ ହାର୍ଟ ସର୍ଜରୀ କରିଥିଲେ. ଅସ୍ତ୍ରୋପଚାର ସମୟରେ ଥିୟୋକୁ ଦୁଇ ଥର ହାର୍ଟଆଟାକ ମଧ୍ୟ ଆସିଥିଲା. ମାତ୍ର ତାର ଶରୀର ଠିକ୍ ଥିଲା. ପରେ ଗତ ଜୁଲାଇରେ ତାକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା. 21 ଡିସେମ୍ବରରେ ଥିୟୋର ହୃଦସ୍ପନ୍ଦନ ଆହୁରି ବଢିଗଲା. ସେଥିପାଇଁ ପୁଣି ଥରେ ହସ୍ପିଟାଲରେ ଥିୟୋକୁ ଭର୍ତ୍ତି କରାଗଲା ଏବଂ ଶରୀର ଖରାପ ହେବାକୁ ଲାଗିଲା. ପରେ 31 ଡିସେମ୍ବରରେ ତାକୁ 25 ଥର ହାର୍ଟଆଟାକ ଆସିଲା. ବାରମ୍ବାର ଏପରି ହେବାର କାରଣ ଶେଷରେ ଡାକ୍ତର ଖୋଜି ପାଇଥିଲେ. ଥିୟୋର ବାମ ପଟ ହୃଦୟ ଏକ ଟିସୁରେ କଭର ହୋଇଥିଲା. ଯେଉଁଥିପାଇଁ ଏପରି ହାର୍ଟଆଟାକ ଆସୁଥିଲା. ଏହା ଦେଖିଲା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଛନ୍ତି ଆଉ ଥିୟୋ’କୁ ମିରାକିଲ ବେବି’ କହିଛନ୍ତି.

LEAVE A REPLY

Please enter your comment!
Please enter your name here