ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଓଡ଼ିଶାର ବିକାଶକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଏହି ଐତିହାସିକ ବଜେଟ୍ ଆଗତ କରିଛନ୍ତି । ଚଳିତ ବର୍ଷ ବଜେଟରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ଏକ ଆଧୁନିକ ଓ ସାଂସ୍କୃତିକ ହବ୍ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରିଛନ୍ତି । ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଝିଅଙ୍କୁ ବିଏ ପାଇଁ ଏହି ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ କରାଯିବ ଓ ଵିଏ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସୁଭଦ୍ରା ଯୋଜନା ପାଇଁ ମଧ୍ୟ ୧୦ ହଜାର ୧୪୫ କୋଟି ଟଙ୍କା ଘୋଷଣା କରାଯାଇଛି। ଏହାଦ୍ୱାରା ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ଏବଂ ଏହି ନୂତନ ପଦକ୍ଷେପ ଗୁଡ଼ିକ କାର୍ଯ୍ୟକାରୀ ହେଲେ ସମ୍ପୂର୍ଣ ଓଡ଼ିଶାରେ ବିକାଶ ପହଞ୍ଚିପାରିବ ।

LEAVE A REPLY

Please enter your comment!
Please enter your name here