ବୌଦ୍ଧ: SIR କାମର ଚାପ ଜଣେ ଶିକ୍ଷକ ତଥା ବୁଥ୍ ଲେଭେଲ ଅଫିସର୍ (BLO)ଙ୍କ ଜୀବନ ନେଇଥିବା ଅଭିଯୋଗ ଆସିଛି। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଅଭିଯୋଗ ଅନୁଯାୟୀ, ଗୋଛାପଡା ଗାଁର ସୟନ ସାହୁ ଗୁନ୍ଦୁଲିଆ କ୍ଲଷ୍ଟରର ଡ଼ିମିରଖୋଲ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ SIR କାର୍ଯ୍ୟରେ ବିଏଲଓ ଭାବରେ ନିଯୁକ୍ତି ହୋଇଥିଲେ । ତେବେ ସେ SIR କାର୍ଯ୍ୟ ଠିକ୍ ଭାବରେ କରୁନଥିବା ଯୋଗୁଁ ବାରମ୍ବାର ତାଙ୍କୁ ଉପରିସ୍ଥ ଅଧିକାରୀ ଚାପ ପ୍ରୟୋଗ କରୁଥିଲେ । ଏମିତିକି କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ସସପେଣ୍ଡ ମଧ୍ୟ କରାଯିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି BLOଙ୍କ ପୁଅ କୃଷ୍ଣଚନ୍ଦ୍ର ସାହୁ । SIR କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲାପାଳ ଦୁଇ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରିସାରିଥିବା ବେଳେ ଏବେ ତାଙ୍କୁ ସେହିଭଳି ଭାବେ ନିଲମ୍ବିତ କରାଯିବା ନେଇ ସେ ମାନସିକ ଚାପଗ୍ରସ୍ତ ହୋଇ ଗୁରୁବାର ବିଷପାନ କରିଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ ।

LEAVE A REPLY

Please enter your comment!
Please enter your name here