କେନ୍ଦ୍ରାପଡା: ରାଜନଗର ଥାନାରେ ଥାର୍ଡ଼ ଡିଗ୍ରୀ ଦେବା ଘଟଣାରେ ନିଲମ୍ବିତ ହୋଇଥିବା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା । ତାଙ୍କ ବିରୁଦ୍ଧରେ ତାଳଚୁଆ ସାମୁଦ୍ରିକ ଥାନାରେ ବିଏନଏସ ଦଫାରେ ଅନେକ ସଙ୍ଗୀନ ମାମଲା ରୁଜୁ କରାଯାଇଛି ।ବିଏନଏସ ୭୪ରେ ଯାହା ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଆକ୍ରମଣ, ବିଏନଏସ ୧୧୫ ଜାଣିଶୁଣି ଆଘାତ ଦେବା, ବିଏନଏସ ଧାରା ୩୫୧ ଅପରାଧିକ ଧମକ, ବିଏନଏସ ଧାରା ୩୦୮ ଯାହା ଜୋରଜବରଦସ୍ତ ଟଙ୍କା ଆଦାୟ ଏବଂ ବିଏନଏସ ୨୯୬ ସାର୍ବଜନୀନ ସ୍ଥାନରେ ଆପତ୍ତିଜନକ କାର୍ଯ୍ୟ କରିବା ଭଳି ଦଫା ଲାଗିଛି lସୂଚନାଯୋଗ୍ୟ, ମେ ୨୫ ତାରିଖରେ କେରୁଆଁପାଳ ପଂଚାୟତ ଗିରିଆପାହୀ ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ପାରିବାରିକ କଳହକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ନରଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଆ ପୁଅଙ୍କୁ ପ୍ରବଳ ମାଡ ମାରିଥିଲେ । ଏନେଇ ତାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାର ଲିଖିତ ଅଭିଯୋଗ ଉଭୟ ମାଆ ପୁଅ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ କରିଥିଲେ ।ଗତ ମେ ମାସ ୨୭ ତାରିଖରେ ପୋଲିସ ଡିଜି ୱାଇ ବି ଖୁରାନିଆ ସନ୍ଧ୍ୟାରଣୀ ଜେନାଙ୍କୁ ନିଲମ୍ବିତ କରିବା ସହ ବିଭାଗୀୟ ପ୍ରୋସିଡିଙ୍ଗ ପାଇଁ ନିର୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here