ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଜଣକ ଆଇଆରପି ୩ୟ ବାଟାଲିୟନର ଆଶିକ୍ ହୁସେନ ବୋଲି ଚିହ୍ନଟ କରାଯାଇଛି। ଏହାପରେ ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଯବାନ ଏବଂ ପୋଲିସମାନେ ଅମରନାଥ ଯାତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିଲେ । ଲାଲ ଚୌକ ଅଞ୍ଚଳରେ ପୋଲିସ ଦଳ ଉପରେ ଆତଙ୍କବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ। ଏଥିରେ ଆଶିକ୍ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଜିଏମସି ଅନନ୍ତନାଗ ହସ୍ପିଟାଲକୁ ନିଆଯାଇଥିଲା; ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ଆକ୍ରମଣ ଲଶ୍କର-ଏ-ତୋଏବାର ଛାମୁଆ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫୋର୍ସ ନିଜକୁ ଦାୟୀ କରିଛି । ଏନେଇ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here