ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ECI) ଭିତରେ ସବୁକିଛି ଠିକ୍ ଚାଲି ନଥିବା ନେଇ ବଡ଼ ଧରଣର ସୂଚନା ସାମ୍ନାକୁ ଆସିଛି। ଭୋଟର ତାଲିକା, ପ୍ରଶାସନିକ ନିୟନ୍ତ୍ରଣ ଏବଂ ସମ୍ବେଦନଶୀଳ ଆଇଟି ବ୍ୟବସ୍ଥାକୁ ନେଇ ଆୟୋଗ ଭିତରେ ଆଭ୍ୟନ୍ତରୀଣ ବିବାଦ ତୀବ୍ର ହୋଇଛି। ସୂଚନା ଅଧିକାର ଆଇନ (RTI) ଜରିଆରେ ହସ୍ତଗତ ହୋଇଥିବା କାଗଜପତ୍ର ଅନୁଯାୟୀ, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ଜଣେ ପ୍ରମୁଖ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସିଧାସଳଖ କ୍ୟାବିନେଟ ସଚିବଙ୍କ ନିକଟରେ ଲିଖିତ ଆପତ୍ତି ଜଣାଇଥିଲେ। ଏହି ବିବାଦର କେନ୍ଦ୍ରବିନ୍ଦୁରେ ଅଛନ୍ତି ବରିଷ୍ଠ ଉପ-ନିର୍ବାଚନ କମିଶନର ମନୀଷ ଗର୍ଗ। କାର୍ଯ୍ୟ ବଣ୍ଟନ ପ୍ରକ୍ରିୟାରେ ଏକପାଖିଆ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଫାଇଲ୍‌ଗୁଡ଼ିକରେ ପ୍ରବେଶ ଅଧିକାର ଏବଂ ଭୋଟର ତାଲିକା ସହ ଜଡ଼ିତ ସମ୍ବେଦନଶୀଳ ଆଇଟି ବ୍ୟବସ୍ଥାର ତଦାରଖ ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ଏହି ମତଭେଦ ସୃଷ୍ଟି ହୋଇଛି। ତେବେ ଏଭଳି ସମ୍ବେଦନଶୀଳ ଅଭିଯୋଗ ଉପରେ କେନ୍ଦ୍ର ସରକାର କାହିଁକି ସିଧାସଳଖ ହସ୍ତକ୍ଷେପ କଲେ ନାହିଁ ଏବଂ ଏନେଇ ପ୍ରକୃତରେ କି ପ୍ରକାର ପଦକ୍ଷେପ ନିଆଗଲା, ତାହା RTI ଦଲିଲରୁ ସ୍ପଷ୍ଟ ହେବା ପରେ ଦେଶର ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

LEAVE A REPLY

Please enter your comment!
Please enter your name here