ଏସଆଇ ନିଯୁକ୍ତିରେ ଜାଲିଆତି ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡନ ସୃଷ୍ଟିହୋଇଥିଲା। ସରକାରଙ୍କ ପକ୍ଷରୁ ଏସଆଇ ଜାଲିଆତିର ତଦନ୍ତର ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ପରେ ଏହାର ତଦନ୍ତର ଭାର ସିବିଆଇକୁ ଦିଆଗଲା। ତଦନ୍ତରୁ ଜଣାପଡିଛି ଯେ ଏସଆଇ ଜାଲିଆତିରେ ସିଲିକନ ସଂସ୍ଥାର ଭୂମିକା ରହିଛି। ଏହାପରେ ରାଜ୍ୟ ସରକାର ସିଲିକନ ଟେକ୍ ସହ ସମସ୍ତ ଚୁକ୍ତି ବାତିଲ କରିଥିବା ସୂଚନା ମିଳିଛି।ସିଲିକନ ସଂସ୍ଥାର ମୁଖ୍ୟ ସୁରେଶ ନାୟକ ଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଅନିୟମିତତା ସାମ୍ନାକୁ ଆସିବା ପରେ ବ୍ଲାକଲିଷ୍ଟ କରିଛି ଆଇଟି ବିଭାଗ। ସୁଚନା ଅନୁଯାୟୀ, ସିଲିକନ୍ ଟେକ୍ ଓ ପଞ୍ଚସଫ୍ଟ ଏସଆଇ ଜାଲିଆତିରେ ସାମ୍ନାକୁ ଆସିଥିଲେ। ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଓ ପରେ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଓପିଆରବି ପକ୍ଷରୁ ଏସଆଇ ପରୀକ୍ଷା ପାଇଁ ଆଇଟିଆଇ ଲିମିଟେଡ୍ କୁ ଦାୟିତ୍ଵ ଦେଇଥିଲା। ପରେ ଆଇଟିଆଇ ସିଲିକନ ସଂସ୍ଥାକୁ ଦାୟିତ୍ଵ ଦେଇଥିଲା ଓ ସିଲିକନ ସଂସ୍ଥା ପୁଣି ପଞ୍ଚସଫ୍ଟକୁ ସବୁ କଣ୍ଟ୍ରାକ୍ଟ ଦେଇଥିଲା।













