ନୂଆଦିଲ୍ଲୀ:ଆସନ୍ତା ଜୁନ୍ ୩ରୁ ପୁରୀରେ ହେବ BRICS ଦ୍ବିତୀୟ ବୈଷୟିକ ସମ୍ମିଳନୀ। ଭାରତର BRICS ଅଧ୍ୟକ୍ଷତା ଅଧୀନରେ Disaster Risk Reduction Working Groupର ବୈଠକ ହେବ। ଜୁନ୍ ୩ରୁ ୫ ତାରିଖ ଯାଏଁ ୩ ଦିନିଆ ସମ୍ମିଳନୀରେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଯୋଗଦେବେ।ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ଏଥିରେ ଆଲୋଚନା ହେବ। ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଭଳି ଦେଶର ପ୍ରତିନିଧି ଯୋଗ ଦେବେ lବିପର୍ଯ୍ୟୟ ପରିଚାଳନାରେ ସଫଳ ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀ-ଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି।

LEAVE A REPLY

Please enter your comment!
Please enter your name here