ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ହୋଇଛି ବୋର୍ଡ ପରୀକ୍ଷା । ସକାଳ ୯ଟାରୁ ପରୀକ୍ଷାକେନ୍ଦ୍ରର ଗେଟ୍ ଖୋଲାଯାଇଥିଲା । ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଏହି ବର୍ଷ ମୋଟ ୫ ଲକ୍ଷ ୪୭ ହଜାର ୭୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପରିଚାଳନାକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ୧୦୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ସହ ସ୍କ୍ୱାଡ ବ୍ୟବସ୍ଥାକୁ କଡାକଡି କରାଯାଇଛି । ପରୀକ୍ଷା ସଂପର୍କରେ ସୂଚନା ପାଇଁ ବୋର୍ଡ ମୂଖ୍ୟକାର୍ଯ୍ୟାଳୟରେ ୧୨ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇଛି । ଏହି କଣ୍ଟ୍ରୋଲରୁମ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ । ଆଜିର ଏହି ବୋର୍ଡ ପରୀକ୍ଷା ଅବସରରେ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ମୂଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ସହ ସଫଳତା କାମନା କରୁଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି : ଚଳିତ ବର୍ଷ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଛାତ୍ରଛାତ୍ରୀଙ୍କ ସଫଳତା କାମନା କରୁଛି ।

LEAVE A REPLY

Please enter your comment!
Please enter your name here