କଂଗ୍ରେସରେ ଯୋଗ ଦେଇଛନ୍ତି ବିଜେଡିର ୨୦୦ରୁ ଅଧିକ କର୍ମୀ । ରାୟଗଡାର ସ୍ଥାନୀୟ କଂଗ୍ରେସ ଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା , କୋରାପୁଟ ଲୋକସଭା ସାଂସଦ ପାର୍ଥୀ ସପ୍ତଗିରି ଉଲ୍ଲାକା ଓ ରାୟଗଡା ବିଧାନସଭା ପ୍ରାର୍ଥୀ କାଡରାକା ଆପଲାସ୍ୱାମି ଙ୍କ ଉପସ୍ଥିତିରେ ରାୟଗଡା ସଦରର ୪ ଟି ପଂଚାୟତ ଯଥା ଗୁମ୍ମା , ନାକଟି , କୁଟୁଳି , ହାଲୁଆ , କୁମ୍ଭୀକୋଟା ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଛନ୍ତି । ଦୀର୍ଘ ୧୯ ବର୍ଷ ଶାସନରେ ବିଜେଡିର ଆଦିବାସୀ ମାରଣ ନୀତିକୁ ବିରୋଧ କରି ଏବଂ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ମିଶିଥିବା କର୍ମୀମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here