ମଧ୍ୟପ୍ରଦେଶ, ରାଜସ୍ଥାନ , ତେଲେଙ୍ଗାନା, ମିଜୋରାମ ପ୍ରଭୃତି ଦେଶର ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଜ୍ଞପ୍ତି ଜାରି କରିଛନ୍ତି କମିଶନ । ମଧ୍ୟପ୍ରଦେଶ ଏବଂ ମିଜୋରାମରେ ୨୮ ନଭେମ୍ବରରେ ଏବଂ ରାଜସ୍ଥାନ , ଛତିଶଗଡ ୭ ଡିସେମ୍ବରରେ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ୧୨ ନଭେମ୍ବର ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ । ଏହି ସମସ୍ତ ରାଜ୍ୟର ନର୍ବାଚନ ଫଳାଫଳ ୧୧ ଡିସେମ୍ବରରେ ପ୍ରକାଶ ପାଇବ । ଏହି ସମସ୍ତ ରାଜ୍ୟରେ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ବିଜେପି ପ୍ରଥମରୁ ପ୍ରଥମରୁ ପ୍ରସ୍ତୁତ ହୋଇସାରିଲେଣି । ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶରେ ନିର୍ବାଚନ ରାଲିରେ ସମ୍ବୋନ୍ଧିତ କରିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ଆଜି ନିର୍ବାଚନ ରାଲି କରିଛନ୍ତି ।
୨୦୧୩ରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୪ତାରିଖ ଠାରୁ ଘୋଷଣା ହୋଇସାରିଥିଲା । ତେଣୁ ଖୁବଶୀଘ୍ର ରାଜ୍ୟରେ ଆଦର୍ଶ ଆଚରଣ ଲାଗୁ ହେବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here