ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାରେ ୭୫ ମିଟର ପରିଧି ଉଚ୍ଛେଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ | ସମସ୍ତ କାମ ଠିକ ଓ ନିୟମ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଲେ ଜଷ୍ଟିସ ଅରୁଣ ମିଶ୍ର | ସେ କହିଛନ୍ତି ଯେ, ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ କରାଯାଉ | ଏହା ସହିତ ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଏଥିସହ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଚାଲିଥିବା ଶୁଣାଣି ସମୟରେ ପୁରୀ ଆସି ଅନୁଧ୍ୟାନ କରି ଯାଇଥିବା ଆମିକସ କ୍ୟୁରିଙ୍କୁ ରିପୋର୍ଟ ମାଗିଥିଲେ | ତେବେ ଆମିକସ କ୍ୟୁରି ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଛନ୍ତି | ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି | ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୩ ତାରିଖରେ ହେବ |
ସୂଚନାଯୋଗ୍ୟ, ଗତ ୭ ତାରିଖରେ ଆମିକସ କ୍ୟୁରି ରଂଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଗସ୍ତରେ ଆସି ଉଛେଦ କାମର ତଦାରଖ କରିଥିଲେ | ଉଚ୍ଛେଦ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସବୁ କିଛି ଠିକ ଓ ନିୟମ ଅନୁସାରେ ଚାଲିଥିବା ନେଇ ଗ୍ରୀନ ସିଗ୍ନାଲ ଦେଇଥିଲେ |

LEAVE A REPLY

Please enter your comment!
Please enter your name here