ପଶ୍ଚିମବଙ୍ଗରେ ଭଲପାଇବାକୁ ପାଇଁବା ପାଇଁ ଏକ ହଇରାଣ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି. ଜୋକାରେ ରହୁଥିବା ଜଣେ ସରକାରୀ କର୍ମଚାରୀ ଟ୍ରେନରେ ଯାଉଥିଲା ବେଳେ ତାଙ୍କୁ ଟ୍ରେନରେ ବସିଥିବା ଜଣେ ଝିଅ ସହ ପ୍ରେମ ହୋଇଯାଇଥିଲା. ତେବେ ଏହି ଆଶିକ୍ ଜଣକ ନିଜ ପ୍ରେମକୁ ପାଇବା ପାଇଁ ଏକ ଅଜବ ତରୀକା ଆପଣେଇଛନ୍ତି. ସେ କୋଲକାତାର କୋନ୍ନଗର ଓ ବଲ୍ଲୀ ଅଞ୍ଚଳରେ ଚାରି ହଜାର ପୋଷ୍ଟର ଲଗେଇଛନ୍ତି ଏବଂ ଏହାର ଏକ ଭିଡିଓ କରି ୟୁଟ୍ୟୁବରେ ଅପଲୋଡ କରିଛନ୍ତି. ରାଜ୍ୟ ପର୍ଯବରଣ ବିଭାଗରେ କାର୍ଯ୍ୟରତ ଥିବା 29 ବର୍ଷୀୟ ବିଶ୍ୱଜିତ ପୋଦ୍ୱାକ କହିଛନ୍ତି, ମୋର ଏଭଳି କାର୍ଯ୍ୟ ପାଇଁ ଲୋକମାନେ ମତେ ପାଗଳ ବୋଲି କହୁଛନ୍ତି କାରଣ ମୁଁ ଯାହା କରୁଛି ତାହା  ଟିକେ ଅଜବ ଧରଣର. ବିଶ୍ୱଜିତ କହିଛନ୍ତି, ସେ ଝିଅଟି ତାଙ୍କ ପରିବାର ସହ ଟ୍ରେନରେ ଯାଉଥିଲା ବେଳେ ତା ସହ ମୋର ଭେଟ ହୋଇଥିଲା ଓ ସେଠାରେ  ଆମେ ଦୁହେଁ ପରସ୍ପରକୁ ଚାହୁଁଥିଲୁ. ସେ ମଧ୍ୟ ମୋ ସହ କଥା ହେବା ପାଇଁ ଚାହୁଁଥିଲା ହେଲେ ତା ପରିବାର ଲୋକଙ୍କ କାରଣରୁ ସେ ମୋ ସହ କଥା ହୋଇପାରୁନଥିଲା ଓ ସେ ତା ମୋବାଇଲ ନମ୍ବର ମଧ୍ୟ ଦେବାକୁ ଚେଷ୍ଟା କରିଥିଲା ଯାହାକୁ ମୁଁ ବୁଝିପାରିନଥିଲି. ତେବେ ସେ ଝିଅକୁ ବଦନାମ କି ହଇରାଣ କରିବା ମୋର ଉଦ୍ଦେଶ୍ୟ ନୁହେଁ. ସେ ଏ ସବୁକୁ ଦେଖି ମୋତେ ଯୋଗାଯୋଗ କରୁ ଏବଂ ମୁଁ ତା ସହ କଥା ହେବା ପାଇଁ  ଚାହୁଁଛି ବୋଲି କହିଛନ୍ତି ବିଶ୍ୱଜିତ.

LEAVE A REPLY

Please enter your comment!
Please enter your name here