ବ୍ରହ୍ମପୁର ରେଳ ଷ୍ଟେସନରେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ ଟ୍ରେନ । ଭିଲପୁରମ-ଖଡଗପୁର ସୁପରଫାର୍ଷ୍ଟ ଏକ୍ସପ୍ରେସରେ ଗୁରୁବାର ନିଆଁ ଲାଗିଯାଇଥିଲା । ବ୍ରହ୍ମପୁର ଷ୍ଟେସନରେ ପହଁଞ୍ଚିବା ପୂର୍ବରୁ ଟ୍ରେନରୁ ବହୁତ ଜୋରରେ ନିଆଁ ବାହାରିଥିଲା । ଏକ୍ସପ୍ରେସ ଏସ୍-୩ ବଗି ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରିଥିଲା ବୋଲି ଜାଣିବାକୁ ପାଇଥିଲେ ଷ୍ଟେସନ କର୍ମଚାରୀ । ତେବେ ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ । । ଷ୍ଟେସନରେ ଥିବା କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରିଦେଇଥିଲେ । ଷ୍ଟେସନରେ ପ୍ରାୟ ୪୦ ମିନିଟ ଅଟକିବା ପରେ ଛାଡିଥିଲା ଏକ୍ସପ୍ରେସ ।

LEAVE A REPLY

Please enter your comment!
Please enter your name here