ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ବଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ ଏପ୍ରିଲ ମାସରେ ବାଜାଜ ଅଟୋରୁ ଅଧ୍ୟକ୍ଷ ଭାବେ ଇସ୍ତଫା ଦେଇଥିଲେ ରାହୁଲ। ଦେଶର ଜଣେ ପ୍ରତିଷ୍ଟିତ ଶିଳ୍ପପତି ଭାବେ ରାହୁଲ ବଜାଜଙ୍କ ବେଶ ଖ୍ୟାତି ରହିଛି। ତାଙ୍କ କମ୍ପାନୀର ‘ୟୁ ଜଷ୍ଟ କାଣ୍ଟ୍ ବିଟ୍ ଏ ବାଜାଜ’ ଟ୍ୟାଗ ଲାଇନ୍ ବେଶ ଲୋକପ୍ରିୟ ହୋଇପାରିଥିଲା। ସେହିପରି ଦୁଇ ଚକିଆ ଯାନର ତାଙ୍କର ଆଉ ଏକ ଚର୍ଚ୍ଚିତ ଟ୍ୟାଗ ଲାଇନ୍ ‘ହମାରା ବଜାଜ’ ମଧ୍ୟ ଉପଭୋକ୍ତାଙ୍କୁ ଛୁଇଁ ପାରିଥିଲା। ରାହୁଲ ବଜାଜ ଫ୍ନେଉମୋନିଆ ରୋଗରେ ପୀଡ଼ିତ ଥିଲା ବେଳେ ତାଙ୍କର ଛାତି ଜନିତ ସମସ୍ୟା ଥିଲା। ଗତ ମାସେ ହେବ ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଦିନ ୨ଟା ୩୦ ତାଙ୍କର ମୃତ୍ୟୁ ଘିଟିଛି। ବଜାଜ୍ ଗ୍ରୁପରେ ସେ ୪୦ ବର୍ଷ ଧରି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ୨୦୦୧ରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଶଣରେ ସମ୍ମାନିତ କରାଯାଇଥିଲା। ରାହୁଲ ବଜାଜ ମଧ୍ୟ ରାଜ୍ୟସଭାର ସଦସ୍ୟ ଭାବେ ସେବା ଯୋଗାଇଛନ୍ତି।