RI, ଅମିନ, ICDS, SFS ପ୍ରିଲିମ୍‌ ପରୀକ୍ଷା ବାତିଲ୍ କଲେ OSSSC । ହାଇକୋର୍ଟଙ୍କୁ ଅବଗତ କଲେ AG ପୀତାମ୍ବର ଆଚାର୍ଯ୍ୟ। ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍‌ ପରୀକ୍ଷା ବି ବାତିଲ ହୋଇଛି । ୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିବେ ।ଆଉ ସାନି ଆବେଦନ କରିବାକୁ ପଡ଼ିବନି, ସମସ୍ତଙ୍କୁ ପରୀକ୍ଷା ସୁଯୋଗ ମିଳିବ । ପ୍ରିଲିମ୍‌ରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍‌ କରାଯାଇଥିଲା । ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ ବୋଲି ପିଟିସନ୍‌ ହୋଇଥିଲା । ଭ୍ୟାକେନ୍ସି ପୋଷ୍ଟର ୫ ଗୁଣା ମେନ୍‌ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା । ମାତ୍ର ସମସ୍ତଙ୍କୁ ମେନ୍‌ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା । ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ ହେଲା ।

LEAVE A REPLY

Please enter your comment!
Please enter your name here