ସ୍ବାମୀ ବିବେକାନନ୍ଦ ଆମେରିକା ଯାଇଥିବା ବେଳେ ତାଙ୍କୁ ଜଣେ ଆମେରିକୀୟ ଯୁବତୀ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ । ଯୁବତୀଙ୍କ ପ୍ରସ୍ତାବ ଶୁଣି ସ୍ବାମୀଜୀ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ ବିବାହ କରିବା ପାଇଁ ଯୁବତୀଙ୍କ ମନରେ ସୃଷ୍ଟି ହୋଇଥିବା ଆଗ୍ରହର କାରଣ ଜାଣିବାକୁ ଚାହିଁଲେ । ଯୁବତୀ ଜଣଙ୍କ କହିଲେ, ସ୍ବାମୀଜୀଙ୍କ ବିଦ୍ବାନ ଓ ବୁଦ୍ଧିମତା ତାଙ୍କୁ ପ୍ରଲୋଭିତ କରିଛି । ସେ ଚାହାଁନ୍ତି, ସ୍ବାମୀଜୀଙ୍କ ଔରସରୁ ତାଙ୍କୁ ଏକ ସନ୍ତାନ ଦରକାର, ଯିଏ ସ୍ବାମୀଜୀଙ୍କ ଭଳି ଜ୍ଞାନୀ ଓ ବିଦ୍ବାନ ହେବେ । ଯୁବତୀଙ୍କ କଥା ଶୁଣି ସ୍ବାମୀଜୀ କହିଲେ, ଏଥର ମୁଁ ବୁଝିପାରୁଛି, ତୁମେ ମତେ ବିବାହ କରିବାକୁ କାହିଁକି ଆଗ୍ରହ ପ୍ରକାଶ କରୁଛ । ମାତ୍ର ତୁମ ଇଚ୍ଛା ପୂରଣ କରିବାକୁ ବହୁତ ସମୟ ଲାଗିବ । ଶିଶୁକୁ ଲାଳନପାଳନ କରି ବଡ ହେବାକୁ ବି ସମୟ ଲାଗିବ । ତେଣୁ ଆମେରିକୀୟ ଯୁବତୀଙ୍କ ଇଚ୍ଛା ପୂରଣ କରିବା ପାଇଁ ବିବେକାନନ୍ଦ ଏକ ପ୍ରସ୍ତାବ ଦେଲେ, କହିଲେ ତୁମେ ମତେ ନିଜର ପୁତ୍ର ବୋଲି ଗ୍ରହଣ କରିନିଅ । ସବୁ ସମସ୍ୟାର ସମାଧାନ ହୋଇଯିବ । ବିବେକାନନ୍ଦଙ୍କ କଥା ଶୁଣି ଯୁବତୀ ତାଜୁବ୍ ହୋଇଗଲେ ।

LEAVE A REPLY

Please enter your comment!
Please enter your name here