ବିବାଦ ଘେରରେ ସାଂସଦ ବୈଜୟନ୍ତ ପଣ୍ଡା । ନିଜ ବନ୍ଧୁ ଖୋଲିଛନ୍ତି ବୈଜୟନ୍ତଙ୍କ ମୁଖା । ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଉପରେ ଉଡିଥିଲା ବୈଜୟନ୍ତଙ୍କ ହେଲିକପ୍ଟର । ବୈଜୟନ୍ତଙ୍କ ହେଲିକପ୍ଟରରେ ବୈଜୟନ୍ତଙ୍କ ସହ ଥିଲେ ଦିଲ୍ଲୀର ଦୁଇ ସାମ୍ବାଦିକ ବନ୍ଧୁ । ୧୫ ତାରିଖରେ ଓଡିଶା ବୁଲିବାବେଳେ ଚପରରେ ବସିଥିବା ଅଭିଜିତ ଆୟାର ମିତ୍ର ପୁରୀ ମନ୍ଦିର ଉପରେ ବୁଲୁଥିବାବେଳେ ଟ୍ୱିଟରରେ ଏହି ସବୁ ଭିଡିଓ ସେଆର କରିଛନ୍ତି । ଏହି ଭିଡିଓ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଅତନ୍ତ୍ୟ ଅଶାଳୀନ ମନ୍ତବ୍ୟ ରଖିଛନ୍ତି କୋଣାର୍କ ମନ୍ଦିର ଉପରେ । ମହାପ୍ରଭୁ ଜଗନ୍ନାଥ ମନ୍ଦିର ଉପରୁ ମଧ୍ୟ ସେ ଯେଉଁ ଭିଡିଓ ଦେଇଛନ୍ତି ସେଥିରେ ମଧ୍ୟ ତାଙ୍କର ଯେଉଁ କଥାବାର୍ତ୍ତା ରହିଛି ତାହା ଅତନ୍ତ୍ୟ ଧାର୍ମିକ ଭାବନାକୁ କୁଠାରଘାତ କରୁଛି । ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାଧରଣରେ ଯେଉଁ ମାନେ ଜଗନ୍ନାଥ ପ୍ରେମୀମାନେ ଅଛନ୍ତି ସେମାନେ ଏନେଇ ତିବ୍ର ପ୍ରତିକ୍ରୀୟା ଦେବା ଆରମ୍ଭ କରିଦେଲେଣି । ସିଧାସଳଖ ଭାବେ ଏହି ଘଟଣାକୁ ମଧ୍ୟ ନିନ୍ଦା କରଯାଇଛି ।
କହିବାକୁ ଗଲେ ସିଧାସଳଖ ଭାବେ ଭକ୍ତଙ୍କ ଭାବନାକୁ ଏକପ୍ରକାର ଆଘାତ ଦେଇଛି । ଶ୍ରୀମନ୍ଦିର ଉପରୁ ଉଡାଣ ନେଇ ସେ ନିଜେ ସୁଚନା ଦେଇଛନ୍ତି । ଏହି ସମୟରେ ମଧ୍ୟ ସେ ହେଲିକପ୍ଟରରେ ବସିଥିବାର ଦୃଶ୍ୟ ରହିଛି । ତେବେ ଏସବୁ ଟୁଇଟ ପରେ ପୁରୀ ପୋଲିସ ତନାଘନା ଆରମ୍ଭ କରିଛି । କାଲି ଚିଲିକା ଉପରେ ହେଲିକପ୍ଟର ଉଡାଇ ବିବାଦକୁ ଆସିଥିଲେ ବୈଜୟନ୍ତ ।

LEAVE A REPLY

Please enter your comment!
Please enter your name here