ମୁଣ୍ଡୁଳିରେ ହାତୀ ଭାସିଯିବା ଘଟଣା । ମୁଣ୍ଡୁଳୀରେ ଭାସିଆସିଥିବା ଦନ୍ତାର ମୃତଦେହ ଠାବ ହୋଇଛି । ଜୋବ୍ରା ଆନିକଟ ନିକଟରେ ଭାସୁଛି ହାତୀର ମୃତଦେହ । ୨୪ ନଂ ଗେଟରେ ଲାଗିଛି ହାତୀର ମୃତଦେହ । ପ୍ରାୟ ୪୦ ଘଣ୍ଟାରୁ ଅଧିକ ସମୟ ପରେ ମିଳିଲା ହାତୀର ସନ୍ଧାନ । ହାତୀର ଗୋଡ଼ ଗେଟରେ ଲାଖି ରହିଥିବା ଦେଖିବାକୁ ମିଳିଛି । ତେବେ ମୁଣ୍ଡଳି ବ୍ୟାରେଜରୁ ହାତୀଟି ଭାସି ଆସିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ବନବିଭାଗ ପକ୍ଷରୁ ମୃତ ହାତୀ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର ଦିନ ମୁଣ୍ଡଳିରେ ଏକ ହାତୀ ଅନେକ ସମୟ ଧରି ଫସି ରହିଥିଲା । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଆଉ ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍‌ର ଏକ ବୋଟ୍ ଓଲଟି ପଡ଼ିଥିଲା । ବୋଟ୍ ଓଲଟି ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଓ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ମହାନଦୀର ମୁଣ୍ଡଳିଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ଭାସି ଯାଇଥିଲା ।

LEAVE A REPLY

Please enter your comment!
Please enter your name here