ଭାରତ ବଜାରରେ ପ୍ରବେଶ କରିଛି ମହେନ୍ଦ୍ରାର ନୂଆ ଏମପିଭି ମରାଜୋ. ଏହାକୁ ସୋମବାର ଦିନ ମହେନ୍ଦ୍ରା ଆଣ୍ଡ ମହେନ୍ଦ୍ରା ଲଞ୍ଚ କରିଥିବା ବେଳେ ଏହାର ବଜାର ମୂଲ୍ୟ 9.99 ଲକ୍ଷରୁ 13.90 ଲକ୍ଷ ରହିଛି. ମହେନ୍ଦ୍ରା ଲଞ୍ଚ କରିଥିବା ସବୁ କାର୍ ମଧ୍ୟରେ ଏହାର ସାଇଜ ସବୁଠୁ ବଡ ବୋଲି କୁହାଯାଇଛି. ତେବେ ଏହାର ଟକ୍କର ମାରୁତୀ ଆର୍ଟେଗା, ଟାଟା ହେକ୍ସା ଏବଂ ଟୟୋଟା ଇନୋଭା କ୍ରିଷ୍ଟା ସହ ହେବ ବୋଲି କୁହାଯାଉଛି. ଏହି କାରଟି  M2, M4, M6 ଓ M8 ମଡେଲରେ ବଜାରରେ ଉପଲବ୍ଧ ହେବ.ଏଥିରେ 1.5 ଲିଟର ଡିଜେଲ ଓ 4 ସିଲିଣ୍ଡର ଡିଜେଲ ଇଂଜିନ ଦିଆଯାଇଛି ଯାହା 121 ବିଏଚପି/123 ପିଏସର ପାୱାର ଓ 300 ଏନଏମର ଟର୍କ ଜେନରେଟ କରେ.ଯଦିଓ କମ୍ପାନୀ ଏହାର ଇଂଜିନ ପେଟ୍ରୋଲ ଲଞ୍ଚ କରିନି ହେଲେ ଲୋକଙ୍କ ଡିମାଣ୍ଡକୁ ଦେଖି ଏହାକୁ ଆଗକୁ  ଲଞ୍ଚ କରାଯିବ ବୋଲି କୁହାଯାଇଛି.

LEAVE A REPLY

Please enter your comment!
Please enter your name here