ସୁପରେ ମଲା ମୂଷା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଏହା ସତ୍ୟ. ଏଭଳି ଦୃଶ୍ୟ ନଜର ଆସିଛି ଚାଇନାର ଏକ ରେସ୍ତୋରାଁରେ. ଜଣେ ମହିଳା ତାଙ୍କା ପରିବାର ସହ ଚାଇନାର ଜିୟାବୁ ଜିୟାବୁ ହଟପଟ୍ ରେସ୍ତୋରାଁକୁ ଖାଇବା ପାଇଁ ଯାଇଥିଲେ ଓ ପରେ ନିଜ ପାଇଁ ସୁପ ଅର୍ଡର କରିଥିଲେ. ସୁପ୍ ପିଇଲା ବେଳେ ତାଙ୍କୁ କଳା ରଙ୍ଗର କିଛି ନଜର ଆସିଥିଲା. ଦେଖିଲାପରେ ଜଣାପଡିଲା ତାହା ଏକ ମଲା ମୂଷା. ତେବେ ଏହି ଘଟଣା ପରେ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ମହିଳାଙ୍କୁ ପାଞ୍ଚହଜାର ୟୁଆନ କ୍ଷତିପୂରଣ ଦିଆଯାଇଥିଲା ଯାହାକୁ ସେ ଗ୍ରହଣ କରିନଥିଲେ. କାରଣ ତାଙ୍କ ସ୍ୱାମୀ ପ୍ରଥମମେ ପରୀକ୍ଷା କରାଇବାକୁ ଚାହୁଁଥିଲେ କି ତାଙ୍କ ସ୍ତ୍ରୀ ଠିକ୍ ଅଛନ୍ତି କି ନାହିଁ. ମହିଳା ଜଣକ ଅଭିଯୋଗ କରିଛନ୍ତି କି, ହୋଟେଲର ଜଣେ କର୍ମଚାରୀ ତାଙ୍କୁ କହିଥିଲେ କି ଯଦି ସେ ନିଜ ପିଲା ପାଇଁ ଏତେ ଚିନ୍ତିତ ଅଛନ୍ତି ତାହାଲେ ତାଙ୍କୁ ହୋଟେଲ ତରଫରୁ କୋଡିଏହଜାର ୟୁଆନ ଦିଆଯିବ, ସେ ପିଲାର ଗର୍ଭପାତ କରାଇଦିଅନ୍ତୁ.

LEAVE A REPLY

Please enter your comment!
Please enter your name here