ନାବାଳିକା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ମିଳିବ . ନିକଟରେ କେନ୍ଦ୍ର ସରକାର ଆଇନରେ ସଂଶୋଧନ ଆଣିଛନ୍ତି . ସଂଶୋଧିତ ଆଇନ ଆସିବାର ଦିନ କେଇଟା ହୋଇନି, ହରିଆଣରେ ଏମିତି ଘଟଣାକୁ ନେଇ  ସାରା ଦେଶରେ ଚର୍ଚ୍ଚା . ସିବିଏସଇ ଟପ୍ପର ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି . ଘଟଣା ଘଟିଛି ହରିଆଣାର ରେଓ୍ୱାଡିରେ . ଗତକାଲି ଏହି ଘଟଣା ଘଟିଥିଲା . ଆଜି ପୋଲିସରେ ମାମଲା ପରେ ପୂରା ଘଟଣା ସାମନାକୁ ଆସିଛି . ପୀଡ଼ିତା ରେଲେଓ୍ୱ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ . ଅଭିଯୋଗ ହୋଇଛି, ଛାତ୍ରୀ ଜଣଙ୍କ ମହେନ୍ଦ୍ରଗଡ଼ର କନିନାରୁ କୋଚିଂ ସାରି ଘରକୁ ଫେରୁଥିଲେ . ଏତିକିବେଳେ ରାସ୍ତାରୁ ତାଙ୍କୁ ଅହରଣ କରି ନେଇଥିଲେ କିଛି ଦୁର୍ବୃତ୍ତ . ନିଶା ଦେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ . ପରେ ମହେନ୍ଦ୍ରଗଡର ଏକ ବସଷ୍ଟାଣ୍ଟରୁ ଛାତ୍ରୀଙ୍କୁ ଅଚେତ ଅବସ୍ଥାରେ ଛାଡି ଛୁ ମାରିଥିଲେ ଅଭିଯୁକ୍ତ . ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି . ସବୁଠୁ ବଡ କଥା ହେଲା 2016ରେ ଛାତ୍ରୀ ଜଣଙ୍କ ସିବିଏସଇ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିଲେ . ଏହାପରେ ମେଧାବୀ ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ . ପୀଡ଼ିତାଙ୍କ ପରିବାର ଲୋକ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି . ଝିଅକୁ ନ୍ୟାୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି . ହରିଆଣାର ଏହି ଘଟଣା ପ୍ରଧାମନ୍ତ୍ରୀଙ୍କ ବେଟି ପଢ଼ାଓ, ବେଟି ବଚାଓ ଅଭିଯାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି .

LEAVE A REPLY

Please enter your comment!
Please enter your name here