ଆସନ୍ତାକାଲି ଖେଳାଯିବ ଚଳିତ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ୍ । ସାମ୍ନାସାମ୍ନୀ ହେବେ ବିଶ୍ୱକପର ଦୁଇ ଫେବରେଟ ଟିମ୍ ଭାରତ ଓ ଇଂଲଣ୍ଡ । ମ୍ୟାଚକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । କାରଣ ଏହି ମ୍ୟାଚ ଜିତିଲେ ଭାରତ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରୁଥିବା ବେଳେ ବିପକ୍ଷ ଟିମ୍ ଇଂଲଣ୍ଡ ଏହି ମ୍ୟାଚ ଜିତିଲେ ସେମିଫାଇନାଲ ରେସ୍ ରେ ରହିବ , ଇଂଲଣ୍ଡ ୭ ଟି ମ୍ୟାଚ ଖେଳି ୩ ଟିରେ ପରାଜୟ ସହ ପଏଣ୍ଟଟେବୁଲରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଟିମ୍ ଇଣ୍ଡିଆ ୬ ଟି ମ୍ୟାଚରୁ ଗୋଟିଏ ମ୍ୟାଚ ବାତିଲ ଓ ୫ ଟି ବିଜୟ ସହ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ରବିବାର ମୁକାବିଲାରେ ଭାରତକୁ କଡା ଟକ୍କର ଦେବା ପାଇଁ ଇଂଲଣ୍ଡ ପ୍ରସ୍ତୁତ ବୋଲି ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ କହିଛନ୍ତି । ଅନ୍ୟପଟେ ଆସନ୍ତାକାଲି ନୂଆ କମଳା ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ । ମ୍ୟାଚକୁ ନେଇ ଉତ୍ସାହିତ ଟିମ୍ ଇଣ୍ଡିଆର ପ୍ରଶଂସକ ।

LEAVE A REPLY

Please enter your comment!
Please enter your name here