ନୂଆଦିଲ୍ଲୀ:ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ।୬୦ କେଜି ପୁରୁଷ ବର୍ଗରେ ମଣିପୁରର ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪ କେଜି ର ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି।ଏହି ବର୍ଗରେ ମାଲେସିଆର ମହମ୍ମଦ ଅନିକ ବିନ କାସଦାନ ସର୍ବାଧିକ ୨୭୩ କିଗ୍ରା ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସ୍ଥାପନ କରିବା ସହ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।ଋଷିକାନ୍ତ ସିଂହ ଚନମ୍ବମ ରୌପ୍ୟ ପଦକ ଜିତିବା ପରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଭାରତକୁ ଏକ ବ୍ରୋଞ୍ଜ ପଦକ ମିଳିଥିଲା।











