ରାଜଧାନୀରୁ ବିଭିନ୍ନ ଜିଲ୍ଲାକୁ ଗଡିବ ରାଜଧାନୀ ଏକ୍ସପ୍ରେସ ବସ୍ . ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଦ୍ୱାରା ରାଜ୍ୟବାସୀଙ୍କ ପାଇଁ ଏହି ସେବା ଆରମ୍ଭ କରାଯାଇଛି . ଶୁକ୍ରବାର ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ଭୁବନେଶ୍ୱରରୁ ଗଡିବ 23 ଟି ଏସି ବସ୍. ଭୁବନେଶ୍ୱରରୁ ଫୁଲବାଣୀ, ରାଉରକେଲା, ଭବାନୀପାଟଣା, ଭଞ୍ଜନଗର, ରାଜଗାଙ୍ଗପୁର, ରାଜ ଖରିଆର, ଗୋରୁମହିଶାଣି, ବୁର୍ଲା ଦେଇ ଯାତାୟତ କରିବ ଏହି ବସ୍. ଏହା ବ୍ୟତୀତ 4ଟି ଭଲଭୋ ବସର ମଧ୍ୟ ଶୁଭାରମ୍ଭ କରାଯିବ. ଏହି ବସ୍ ଭୁବନେଶ୍ୱରରୁ କୋଲକତା ଓ ପାରାଦୀପଠାରୁ ବିଜୟୱାଡା ଯାଏଁ ଗଡିବ. ଏହି ବସଗୁଡିକରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ରହିବା ସହ ୱାଇଫାଇ, ମୋବାଇଲ ଚାର୍ଜିଂ, ସିସିଟିଭି କ୍ୟାମେରା ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି. ତେବେ ଏହି ବସରେ ଯାତ୍ରା କରିବା ପାଇ ଯାତ୍ରୀମାନଙ୍କୁ ଅନଲାଇନ ଟିକେଟ ବୁକ୍ କରିବାକୁ ପଡିବ.

LEAVE A REPLY

Please enter your comment!
Please enter your name here