ପିପିଲି ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରଖିଛି ବିଜେପି ମହିଳା ମୋର୍ଚ୍ଚା । ନବୀନ ନିବାସ ଯିବାକୁ ବିଫଳ ହେବା ପରେ ମଧ୍ୟ ବିଜେଡ଼ି ବିଧାୟକଙ୍କୁ ଘେରିବାକୁ ଅଟକାଇ ପାରି ନାହିଁ ପୋଲିସ । ଆଜି ବିଜେଡ଼ି ବିଧାୟକଙ୍କୁ ଚୁଡ଼ି ଦେଇଛି ବିଜେପି ମହିଳା ମୋର୍ଚ୍ଚା । ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ୱର ସ୍ଥିତି ବିଜେଡ଼ି ଏମ୍‌ଏଲ୍‌ଏ କ୍ୱାଟର୍ସରେ ଚୁଡ଼ି ବାନ୍ଧିଛି ମହିଳା ମୋର୍ଚ୍ଚା । ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ସମୀର ଦାଶଙ୍କ ଘର ଗେଟ୍‌ରେ ଚୁଡ଼ି ବନ୍ଧା ଯାଇଛି । ପୋଲିସ ଓ କର୍ମୀଙ୍କ ମଧ୍ୟରେ ବ୍ୟାପକ ଧସ୍ତଧସ୍ତି ହୋଇଛି । ପୋଲିସ କିଛି କର୍ମୀଙ୍କୁ ମଧ୍ୟ ଘଟଣା ସ୍ଥଳରୁ ଉଠାଇ ନେଇଛି । ପୂର୍ବରୁ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here