ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓପିଟିସିଏଲର ନବ ନିଯୁକ୍ତ ଇଞ୍ଜିନିୟରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି. ତେବେ ଏହି ଅବସରରେ ନବୀନ, ନୂତନ କର୍ମଚାରୀଙ୍କୁ ଥ୍ରୀ-ଟି ମନ୍ତ୍ର, ଯଥା- ଟିମ୍ ୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟେକ୍ନୋଲେଜି ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଛନ୍ତି. 2010 ମସିହାରୁ ଓପିଟିସିଏଲ ବିଭିନ୍ନ ବିଭାଗରେ 1762 ଜଣଙ୍କୁ ନିଯୁକ୍ତି ପ୍ରଦାନ କରିସାରିଛି. ଏହାଛଡା ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ ପ୍ରଣୟନ କରିବାରେ ଓପିଟିସିଏଲ ନିଜର ପାରଦର୍ଶିତା ଦେଖାଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି.

LEAVE A REPLY

Please enter your comment!
Please enter your name here