ଆଦିବାସୀ ଓ ପଛୁଆବର୍ଗଙ୍କ ସାମାଜିକ ନ୍ୟାୟ ପାଇଁ ଲଢେଇ କରିବା ଯଦି ଦଳବିରୋଧୀ, ତେବେ ଏମିତି ଦଳବିରୋଧୀ କାର୍ଯ୍ୟ ମୁଁ ବାରମ୍ବାର କରିବି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶାସନ ବିରୋଧରେ ଲଢେଇ କରିବା ଯଦି ଦଳ ବିରୋଧୀ, ତେବେ ଏମିତି ଦଳ ବିରୋଧୀ କାର୍ଯ୍ୟ କରି ଦଳରୁ ବହିଷ୍କୃତ ହେବାରେ ମୋର କିଛି ଆପତ୍ତି ନାହିଁ ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ. ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ସାମ୍ବାଦିକ ସମ୍ମିଳନୀ ଡାକି ଏମିତି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଶଗରିଆ. ସେ କହିଛନ୍ତି ଦଳ ଏବେ ଖଣିମାଫିଆଙ୍କ ନେତୃତ୍ବରେ ଚାଲିଛି. ରାଜ୍ୟରେ ବିଜେଡି ସରକାର ସହ ଦଳ ନେତାମାନେ ହାତ ମିଳାଇଛନ୍ତି. ସେ କୌଣସି ଦଳବିରୋଧୀ କାର୍ଯ୍ୟ କରିନାହାନ୍ତି ଏବଂ ଦଳର ସଭାପତି ମଧ୍ୟ ତାଙ୍କ ଦଳବିରୋଧୀ କାର୍ଯ୍ୟ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି. ତଥାପି ତାଙ୍କୁ ଦଳରୁ ବାହାର କରାଯିବା ଦଳର ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି ସେ କହିଛନ୍ତି. ଏହା ବିରୋଧରେ ସେ ସାରାରାଜ୍ୟ ବୁଲି ଲୋକମତ ଲୋଡିବେ ବୋଲି କହିଛନ୍ତି.

LEAVE A REPLY

Please enter your comment!
Please enter your name here