ରାଜ୍ୟରେ ମହିଳା ଅସୁରକ୍ଷିତ ନେଇ ରାଜଧାନୀରେ ବିଜେପି ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ । ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା କରିଛି ଲାଲଚୁଡି ରାଲି । ସଚିବାଳୟ ଘେରାଉ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ସଚିବାଳୟରେ ଗେଟରେ ଲାଲଚୁଡି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ମହିଳା ମୋର୍ଚ୍ଚା । ରାଲିରେ ବିଜେପିର ଶତାଧିକ ମହିଳା କର୍ମୀ ଯୋଗ ଦେଇଥିଲେ ।

ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ତଥା ସାଂସଦ ରୁପା ଗାଙ୍ଗୁଲି ଓ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ନେଇ ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଅଭିମୁଖେ ବାହାରିଥିଲେ. ରାଜ୍ୟରେ ମହିଳା ଅସୁରକ୍ଷିତ ପ୍ରତିବାଦରେ ବିଜେପି ଏହି ଲାଲଚୁଡି ରାଲି ବାହାର କରିବାକୁ ପୂର୍ବରୁ ଘୋଷଣା କରିଥିଲା । ମାତ୍ର ସଚିବାଳୟ ଘେରାଉ ଉଦ୍ୟମ ବେଳେ ରାସ୍ତାରେ ପୋଲିସ ଅଟକାଇବାରୁ ପୋଲିସ ଓ ମହିଳା ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଧସ୍ତାଧସ୍ତିରେ ପୋଲିସ ଉପରକୁ ଲାଲଚୁଡି ମାଡ କରିଥିଲେ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟମାନେ । ବିକ୍ଷୋଭ ପ୍ରଦର୍ଶନ ବେଳେ ଗାନ୍ଧି ମାର୍ଗରୁ ପାଞ୍ଚଶହରୁ ଅଧିକ ବିଜେପି ନେତ୍ରୀଙ୍କୁ ପୋଲିସ ଉଠାଇ ନେଇଥିଲା । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟରେ ମହିଳା ସୁରକ୍ଷା ନେଇ ସରକାରଙ୍କୁ ଘେରିଛି । କୁନ୍ଦୁଲି, ପିପିଲି ପୀଡିତଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ଦୁଷ୍କର୍ମ, ନାରୀ ନିର୍ଯାତନା, ନାବାଳିକା ମାତୃତ୍ୱ ବଢି ଚାଲିଥିବାରୁ ସରକାରଙ୍କୁ ଦାୟୀ କରିଛି ମୋର୍ଚ୍ଚା । ଏଥିପାଇଁ ସାରା ରାଜ୍ୟରେ ଶୋଭାଯାତ୍ରା କରି ବିଜେପି ଚୁଡ଼ି ସଂଗ୍ରହ କରିଥିଲା ।

LEAVE A REPLY

Please enter your comment!
Please enter your name here