ତାଇୱାନକୁ ନେଇ ଆମେରିକା-ଚୀନ ମୁହାଁମୁହିଁ । ତାଇୱାନ ଗସ୍ତ ଶେଷ କରି ଆମେରିକା ଅଭିମୁଖେ ଉଡାଣ ଭରିଛନ୍ତି ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସି । ଚୀନର କଡା ଚେତାବନୀ ସତ୍ତ୍ୱେ ନାନସି ତାଇୱାନ ରାଷ୍ଟ୍ରପତିଙ୍କୁ ଭେଟି ଖୋଲା ସମର୍ଥନ ଜଣାଇଛନ୍ତି । ସେପଟେ ଘଟଣାକୁ ନେଇ ବେଜିଂରେ ଥିବା ଆମେରିକାର ରାଷ୍ଟ୍ରଦୂତଙ୍କୁ ସମନ କରି କଡା ପ୍ରତିବାଦ ଜଣାଇଛି ଚୀନ । ତାଇୱାନ ପ୍ରସଙ୍ଗରେ ଆମେରିକାର ଏହି ଭୂଲ ଯୋଗୁଁ ୱାଶିଂଟନକୁ ମୂଲ୍ୟ ଦେବାକୁ ପଡିବ ବୋଲି ଚୀନ କହିଛି । ଏପଟେ ନାନ୍ସିଙ୍କ ତାଇଓ୍ୱାନ୍ ଗସ୍ତକୁ ଜୋରଦାର ବିରୋଧ କରିଛି ବେଜିଂ । ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତକୁ ବିରୋଧ କରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଛି ।

LEAVE A REPLY

Please enter your comment!
Please enter your name here