ନିଯୁକ୍ତି ଓ ଗରିବି ନେଇ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ନେତ୍ରୀ ଅପରାଜିତ ଷଡଙ୍ଗୀ । ସେ ପ୍ରଶ୍ନ କରିଛନ୍ତି, ୧୮ ବର୍ଷ ପରେ ବି ରାଜ୍ୟରେ ଦାରିଦ୍ର‌୍ୟ କାହିଁକି କମିନି । ମୁଣ୍ଡପିଛା ଆୟ ନେଇ ବି ଅପରାଜିତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ୧୮ ବର୍ଷ ତଳେ ମୁଣ୍ଡପିଛା ଆୟ ଅନୁସାରେ ତଳଆଡୁ ୫ଟି ରାଜ୍ୟ ଭିତରେ ଥିଲା । ଏବେ ଏଥିରେ ରାଜ୍ୟ ତଳଆଡୁ ୧୦ଟି ରାଜ୍ୟ ଭିତରେ ରହିଛି । ରାଜ୍ୟରେ ମନରେଗା ବି ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ ତୁଳନାରେ ରାଜ୍ୟକୁ କମ ଟଙ୍କା ଆସୁଛି । ମାନୁଫାକଚରିଂ ସେକ୍ଟରରେ ବି ରାଜ୍ୟର ଅବଦାନ କମିଯାଇଛି ।

LEAVE A REPLY

Please enter your comment!
Please enter your name here