ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନରେ ଆସି ଅବତରଣ କଲେ ରାହୁଲ । କଂଗ୍ରେସର ରାଷ୍ଟ୍ରୀୟ ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ସେ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛନ୍ତି । ସେଠାରେ ତାଙ୍କୁ ରାଜ୍ୟ କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଛି । ରାହୁଲଙ୍କୁ ସ୍ୱାଗତ ଜଣାଇବାକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ଚିରଂଜୀବ ବିଶ୍ୱାଳ, ଭକ୍ତ ଦାସ, ପ୍ରଦୀପ ମାଝି ଆଦି ଉପସ୍ଥିତ ଥିଲେ ।

ରାହୁଲ ବିମାନବନ୍ଦରରୁ ସିଧା ହୋଟେଲ ମେ ଫେୟାର ଯାଇଛନ୍ତି । ସେଠାରେ ସେ  ବୁଦ୍ଧିଜୀବିଙ୍କ ସହିତ ଆଲୋଚନା କରିବେ । ପରେ ପରେ ୨ଟା ୩୦ ରେ ଖୋର୍ଦ୍ଧା ତମୋଣ୍ଡୋ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର ରହିଛି ।

LEAVE A REPLY

Please enter your comment!
Please enter your name here