ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟଖାନ କରିଛନ୍ତି ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା. ନିର୍ବାଚନ ବର୍ଷ ହୋଇଥିବାରୁ ଏହି ସମ୍ମାନ ଗ୍ରହଣ କଲେ ସର୍ବସାଧାରଣରେ ଭିନ୍ନ ବାର୍ତ୍ତା ଯିବ ବୋଲି କହିଛନ୍ତି ଗୀତା. ତେଣୁ ସେ ଏହାକୁ ବିନମ୍ରତାର ସହ ପ୍ରତ୍ୟାଖାନ କରୁଛନ୍ତି ବୋଲି କହିଛନ୍ତି ଗୀତା. ଭାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗତ 19 ବର୍ଷ ଧରି ଓଡିଶାରେ ବିଜେଡି ସରକାର ଚାଲିଛି. ଆଗକୁ ନିର୍ବାଚନ ଆସୁଥିବାରୁ ପଦ୍ମଶ୍ରୀ ସମ୍ମାନ ନବୀନଙ୍କୁ ରାଜନୈତିକସ୍ତରରେ ଅଡୁଆ ପରିସ୍ଥିତିରେ ପକାଇବାର ଆଶଙ୍କା କରିଛନ୍ତି ଗୀତା. କେନ୍ଦ୍ର ସରକାର ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଥିବାରୁ ସେ ନିଜକୁ ସମ୍ମାନୀତ ମନେ କରୁଛନ୍ତି. ତେବେ କେନ୍ଦ୍ରରେ ବିଜେପି ସରକାର ଓ ଓଡିଶାରେ ବିଜେଡି ସରକାର ଥିବାରୁ ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିଭିନ୍ନ ସମୟରେ ତୁ ତୁ ମେ ମେ କୁ ନେଇ ଗୀତା ଅଡୁଆରେ ପଶିବାକୁ ଚାହିଁ ନାହାଁନ୍ତି. ନବୀନ ବି ସବୁବେଳେ ତାଙ୍କ ଦଳ କଂଗ୍ରେସ ଓ ବିଜେପି ପାଖରୁ ସମଦୂରତା ଅବଲମ୍ବନ କରିଆସୁଛି ବୋଲି କହିଆସୁଛନ୍ତି.

LEAVE A REPLY

Please enter your comment!
Please enter your name here