ଶନିବାର ସାରା ରାଜ୍ୟରେ 70ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି. ଏହି ଅବସରରେ କଳାହାଣ୍ଡିରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ  ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା. ମାତ୍ର ଶ୍ରୀ ଜେନା ତ୍ରିରଙ୍ଗା ଉତ୍ତୋଳନ କରିବା ବେଳେ ଲଜ୍ଜାକର ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା. କଳାହାଣ୍ଡି ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ମନ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ. କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି, ପତକା ଉତ୍ତୋଳନ କରିବା ମାତ୍ରେ ପତାକାଟି ହଠାତ ଛିଣ୍ଡି ତଳେ ପଡିଯାଇଥିଲା. ଏଭଳି ଅପ୍ରିତିକର ପରିସ୍ଥିତି ଘଟିବା ପରେ ପଦାଧିକାରୀମାନେ ପୁଣିଥରେ ପତାକାକୁ ବାନ୍ଧିଥିଲେ.

LEAVE A REPLY

Please enter your comment!
Please enter your name here