ସବୁ ବର୍ଷ ଭଳି ଚଳି ବର୍ଷ ମଧ୍ୟ ଉଦଘାଟିତ ହୋଇଛି ଆଦିବାସ ମେଳା 2019. ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ପ୍ରତି ବର୍ଷ ଆୟୋଜିତ ହେଉଥିବା ଏହି ମେଳାରେ ଆଦିବାସୀଙ୍କ ଜୀବନ ଧାରଣର ଶୈଳୀ, ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରି କରିବା ହେଉଛି ଏହି ମେଳାର ମୁଖ୍ୟ ଲକ୍ଷ୍ୟ. ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ ସମୁଦାୟ ଉପରେ 180ଟି ଷ୍ଟଲ ପଡିଛି ଏବଂ ଆଦିବାସୀ ଗାଁରେ 21 ଟି ଆଇ.ଟି.ଡି.ଏ ଓ ତିନୋଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ବିଭିନ୍ନ ଜନଜାତିଙ୍କର 24 ଗୋଟି ପାରମ୍ପରିକ ଗୃହ ସହିତ ଗୃହ ଉପକରଣ ଚଳଣି ଓ ପରମ୍ପରାର ଝଲକ ଏହି ମେଳାରେ ଦେଖିବାକୁ ମିଳିଛି.

 

LEAVE A REPLY

Please enter your comment!
Please enter your name here