ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି. ଏ ନେଇ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ହେଲିକପ୍ଟରରେ ନବୀନ ରଙ୍ଗେଇଲୁଣ୍ଡାରେ ଓହ୍ଲେଇବା ପରେ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା. ରଙ୍ଗେଇଲୁଣ୍ଡାରେ 716 କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ସହ 296 କୋଟି ଟଙ୍କା ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ. ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ପ୍ରାୟ 231ଟି ପ୍ରକଳ୍ପର ଉଦଘାଟନ କରିବା ସହ 48ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି. ଏହାପରେ ନବୀନ ରଙ୍ଗେଇଲୁଣ୍ଡାରେ ଆୟୋଜିତ କୃଷକ ସମାବେଶରେ ଯୋଗଦେଇଛନ୍ତି. ସମାବେଶରେ ପ୍ରାୟ 22ଟି ବ୍ଲକର ଚାଷୀମାନେ ସାମିଲ ହୋଇଛନ୍ତି. ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ‘କାଳିଆ’ ଯୋଜନା ଟଙ୍କା ପ୍ରଦାନ କରିବା ସହ କାଳିଆ ଚାଷୀଙ୍କ ବିକାଶ ପାଇଁ ଏକ ଅନନ୍ୟ ଓ ଆଦର୍ଶ ଯୋଜନା ବୋଲି କହିଛନ୍ତି.

LEAVE A REPLY

Please enter your comment!
Please enter your name here