କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟରେ ଶ୍ରୀ ଜଗନ୍ନାଥ ନାମକ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ଏହି ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 34 ଜଣ ଆହତ ହୋଇଥିବା ସୂଚନା ମିଳିଛି. ସମସ୍ତ ଆହତଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି. ସୂଚନା ଅନୁସାରେ ବସଟି ଜୟପୁରରୁ ଭୁବନେଶ୍ୱର ଆସୁଥିଲା. ମାତ୍ର କେସିଙ୍ଗା ନିକଟରେ ଥିବା ପୋଲକୁ ଅତିକ୍ରମ କଲାବେଳେ ବସ ଚାଳକ ଭାରସାମ୍ୟ ହରାଇ ଥିଲେ. ଫଳରେ ବସଟି ତଳକୁ ଓଲଟି ପଡିଥିଲା. ପରେ ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଛନ୍ତି.

LEAVE A REPLY

Please enter your comment!
Please enter your name here