ଆଗକୁ ଅଛି ଲୋକସଭା ନିର୍ବାଚନ. ଦିନ ଯେତିକି ସରି ସରି ଆସୁଛି ରାଜନୀତି ମାହୋଲ ସେତିକି ଗରମ ହେଉଛି. କିଏ ନିଜ ଦଳ ଛାଡି ଅନ୍ୟ ଦଳରେ ମିଶୁଛି, ତ କିଏ ନିଜ ପଦରୁ ଇସ୍ତଫା ଦେଉଛି. ଏହା ମଧ୍ୟରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ. ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ସେ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି. ଏଠାରେ ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ ମନ୍ତବ୍ୟ ପାଇଁ ନବ ଦାସଙ୍କୁ ଦଳରୁ ତାଙ୍କୁ ବହିଷ୍କାର କରାଯାଇଥିଲା ଏବଂ ଗତ 16 ତାରିଖରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ.

LEAVE A REPLY

Please enter your comment!
Please enter your name here