କେନ୍ଦୁଝର ଜିଲ୍ଲା ଯୋଡା ନିକଟ ବଡବିଲରେ ଓଶ୍ ନନ୍ଦ ନାମକ ଜଣେ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ କରିଛନ୍ତି. ଫଳରେ ତାଙ୍କ କାନ ଓ ପିଠିରେ ଆଘାତ ଲାଗିଛି ଓ ତାଙ୍କୁ ଯୋଡାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି. ସୂଚନା ଅନୁସାରେ, ଓଶ୍ ସ୍କୁଲ ଯିବା ପାଇଁ ଯୋଡା ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ. ସେହି ସମୟରେ ଜଣେ ଯୁବକ ଆସି ଗୋଟିଏ କଲ୍ କରିବା ପାଇଁ  ଓଶଙ୍କୁ ମୋବାଇଲ ମାଗିଥିଲା. ମୋବାଇଲରେ କଥା ହୋଇସାରିବା ପରେ ସେ ଫୋନ ନ ଦେବାରୁ ଓଶ୍ ତାକୁ ନିଜ ଫୋନ ମାଗିଥିଲେ. ମାତ୍ର ସେମାନେ ନ ଶୁଣି ଦୌଡି ପଳାଇଥିଲେ. ଯେତେବେଳେ ଓଶ୍ ସେମାନଙ୍କୁ ଧରି ଫୋନ ଛଡାଇବା ପାଇଁ ଉଦ୍ୟମ କରୁଥିଲେ, ସେହି ସମୟରେ ଉକ୍ତ ଦୁର୍ବୃତ୍ତ ଓଶଙ୍କୁ ଛୁରୀରେ ଆକ୍ରମଣ କରିଥିଲା. ଫଳରେ ତାଙ୍କ କାନ ଓ ପିଠିରେ ଆଘାତ ଲାଗିଥିଲା. ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି.

 

LEAVE A REPLY

Please enter your comment!
Please enter your name here