ରାଜନୀତିର ର ଅକ୍ଷର ଜାଣିନଥିବା ନବୀନ ରାଜନୀତିରେ କେମିତି ସଫଳ ହେଲେ ? ତାଙ୍କ ଲାଇଫ ଷ୍ଟାଇଲ କେମିତି ? ଏମିତି ନବୀନଙ୍କ ଅନେକ ରହସ୍ଯପୂର୍ଣ୍ଣ ତଥ୍ୟ ଉନ୍ମୋଚିତ ହୋଇଛି ପୁସ୍ତକ “ନବୀନ ପଟ୍ଟନାୟକ’ ରେ. ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଛବିକୁ ଆୟଧ କରି ଓଡିଶାରେ ସର୍ବାଧିକ ସମୟ କ୍ଷମତା ଡୋରି ଧରିଆସିଥିବା ନବୀନଙ୍କ ସଫଳତାର ରହସ୍ୟ ସଂପର୍କରେ ଲେଖିଛନ୍ତି ଆଉଟଲୁକ୍ ସଂପାଦକ ରୁବେନ ବାନାର୍ଜୀ.  କେମିତି ରାଜ୍ୟ ରାଜନୀତିରେ ହେଲା ନବୀନଙ୍କ ପ୍ରବେଶ, କେମିତି ହେଲେ ସେ ଅପ୍ରତିଦ୍ୱନ୍ଦୀ ନେତା, ଏସବୁ ଉପରେ ଆଲୋକପାତ କରିଛନ୍ତି ଶ୍ରୀ ରୁବେନ ବାନାର୍ଜୀ. ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦୀର୍ଘ କାଳ କ୍ଷମତାରେ ରହିବା ସତେ ଓଡିଆ କହିନପାରିବା , ଅମଲାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା, ପାଣ୍ଡିଆନଙ୍କ ଭୂମିକାଠୁ ନେଇ ନବୀନଙ୍କ ରହସ୍ୟମୟ ବ୍ୟକ୍ତିତ୍ୱର ପ୍ରତିଟି ଅନାଲୋଚିତ ଦିଗକୁ ସାମ୍ନାକୁ ଆଣିଛି ଏହି ପୁସ୍ତକ । ଓଡିଶା ରାଜନୀତି ବିଷୟରେ ସଂପୁଣ୍ଣ  ଅଜ୍ଞ ଥିଲେ ମଧ୍ୟ ନବୀନଙ୍କୁ ଜଣେ ଚତୁର ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି ରୁବେନ୍ । ତାଙ୍କ ନିକଟରେ ନିର୍ଦ୍ଦୟ ହୃଦୟ ଥିବା ସେ ଲେଖିଛନ୍ତି । ବିଚକ୍ଷଣ ଗୋଟି ଚାଳନା ବଳରେ ନବୀନ ନିଜ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ କିଭଳି ଧରାଶାୟୀ କରିବା ସହ ବିଜେଡି ଉପରେ ନିଜ ଲଗାମକୁ ଟାଣ କରିଛନ୍ତି ତାହା ବି ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଅତି ଦାମିକା ଡନହିଲ ସିଗାରେଟ୍ ଏବଂ ବ୍ଲାକ ଗ୍ରାଉସ୍ ହ୍ୱିସ୍କି ନବୀନଙ୍କ ଅତି ପ୍ରିୟ  । ନବୀନ ସେଇ ଅଭ୍ୟାସକୁ ଏବେବି ଛାଡିପାରିନଥିବା ଲେଖିଛନ୍ତି ରୁବେନ ।

LEAVE A REPLY

Please enter your comment!
Please enter your name here