ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରମୈୟା. କଂଗ୍ରେସର ଏକ ସାଧାରଣ ସଭାରେ କଂଗ୍ରେସର ଏହି ବରିଷ୍ଠ ନେତା ମହିଳାଙ୍କୁ ଅସଦାଚରଣ କରୁଥିବା କ୍ୟାମେରାରେ କଏଦ ହୋଇଛି. ଯାହା ବର୍ତ୍ତମାନ ବେଶ୍ ଭାଇରାଲ ହେଉଛି. ମହିଳାଙ୍କ ହାତରୁ ମାଇକ୍ରୋଫୋନ ଛଡାଇ ନେବା ସହ ତାଙ୍କ ଓଢଣୀ ମଧ୍ୟ ସିଦ୍ଧରମୈୟା ଟାଣିଦେଇଥିବା କ୍ୟାମେରାରେ କଏଦ ହୋଇଛି. ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିଥିବା ମହିଳା ଜଣକ ବରୁଣରେ ଜଣେ ଦଳୀୟ କାର୍ଯ୍ୟକର୍ତ୍ତା ବୋଲି ଜଣାପଡିଛି. ସୂଚନା ଅନୁସାରେ ମହିଳାଙ୍କ ସହ କିଛି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ହେବା ପରେ ସିଦ୍ଧରମୈୟା ଉତକ୍ଷିପ୍ତ ହୋଇଯାଇଥିଲେ. ଏବଂ ବାରମ୍ବାର ସେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ. ଏହି ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ କଟୁ ସମାଲୋଚନା କରିଛି. ଏଥିରୁ କଂଗ୍ରେସର ମହିଳାଙ୍କ ପ୍ରତି ବ୍ୟବହାର ସ୍ପଷ୍ଟ ବୋଲି ବିଜେପି କହିଛି.

LEAVE A REPLY

Please enter your comment!
Please enter your name here