କେରଳରେ ବର୍ଷାର ତାଣ୍ଡବ ଜାରି ରହିଛି। ଲଗାଣ ବର୍ଷାରେ ବନ୍ୟା ଓ ଭୁସ୍କଳନ ଯୋଗୁଁ ମୃତ୍ୟୁସଂଖ୍ୟା ୩୯ ରେ ପହଁଞ୍ଚିଛି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ କେରଳରେ ଅଧିକାଂଶ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏହି ସବୁ ଭିତରେ ଏକ ନିର୍ଦ୍ଦିଷ୍ଟ ରେସ୍କ୍ୟୁ ଅପରେସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରେସ୍କ୍ୟୁ ଟିମ୍ ର ଜଣେ ସଦସ୍ୟଙ୍କର ସାହସିକ କାମ କ୍ୟାମେରାରେ କଏଦ ହୋଇଛି। ଭିଜୁଆଲରେ ବ୍ୟକ୍ତି ଜଣଙ୍କ ଚେର୍ଥୋନୀ ନଦୀର ପୋଲ ଉପରେ ଏକ ଛୋଟ ପିଲାକୁ ଜାବୁଡି ଧରି ତାର ଜୀବନ ବଞ୍ଚାଇବାକୁ ଦୌଡୁଥିବାର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here