ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ଶ୍ରେଣୀରେ ପଛରେ ଥିବା ଭୋଟର୍ସଙ୍କୁ ଆକର୍ଷିତ କରିବା ପାଇଁ ମୋଦି ସରକାର ଏକ ନୂଆ ନିଷ୍ପତ୍ତି ନେଇପାରନ୍ତି. ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବେ ବୋଲି ବର୍ତ୍ତମାନ ମୋଦି ସରକାର ଚିନ୍ତା କରୁଛନ୍ତି. ମାନବ ସାଧନ ବିକାଶ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ଶିକ୍ଷା କାର୍ଯ୍ୟକର୍ତ୍ତା ଅଶୋକ ଅଗ୍ରୱାଲଙ୍କୁ ପତ୍ର ଲେଖିଛନ୍ତି. ତେବେ ଆରଟିଇ ଆକ୍ଟ 2009 ଅନୁସାରେ, ପିଲାଙ୍କ ମାଗଣା ଓ ଅନିବାର୍ଯ୍ୟ ଶିକ୍ଷାକୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବଢାଇବା ପ୍ରସ୍ତାବ ଉପରେ ଏହି ପତ୍ରରେ ଉଲ୍ଲେଖ ରହିଛି. ଏହି ପ୍ରସ୍ତାବ ଉପରେ  ଗବେଷଣା ପରେ କିଛି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି.

 

 

LEAVE A REPLY

Please enter your comment!
Please enter your name here