ହଁ, ୱାଇଫାଇ ସିଗନାଲରୁ ଏବେ ହୋଇପାରିବ ବିଜୁଳି ଉତ୍ପାଦନ. ମ୍ୟାସାଚ୍ୟୁସେଟସ ଅଫ୍ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏଭଳି ଏକ ଯନ୍ତ୍ରର ଉଦ୍ଭାବନ କରିଛନ୍ତି, ଯାହା ମାଧ୍ୟମରେ ୱାଇଫାଇ ସିଗନାଲରୁ ବିଜୁଳି ଉତ୍ପାଦନ ହୋଇପାରିବ ଏବଂ ବିନା ବ୍ୟାଟେରୀ ଚାଳିତ ଉପକରଣକୁ ମଧ୍ୟ ଏହା ମାଧ୍ୟମରେ ଚାର୍ଜ କରାଯାଇପାରିବ. ଉଦ୍ଭାବନ ହୋଇଥିବା ଏହି ଯନ୍ତ୍ରର ନାମ ‘ରେକ୍ଟେନା’ ରଖାଯାଇଛି. ଏହାର ବିଶେଷତ୍ୱ ହେଲା ଏହା ୱାଇଫାଇ ସିଗନାଲରେ ଥିବା ଅଲଟରନେଟିଂ କରେଣ୍ଟ (ଏସି)କୁ ଡାଇରେକ୍ଟ କରେଣ୍ଟରେ (ଡିସି)ବଦଳାଇ ପାରିବ. ‘ରେକ୍ଟେନା’ ଯନ୍ତ୍ରଟି ୱାଇଫାଇରେ ଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ ତରଙ୍ଗକୁ  ରେଡିଓ ଫ୍ରିକ୍ୱେନ୍ସି ଆଣ୍ଟିନା ମାଧ୍ୟମରେ କ୍ୟାପଚର କରିଥାଏ. ଏହା ଦୁଇଟି ଡାଇମେନ୍ସନାଲ ସେମିକଣ୍ଡକ୍ଟର ସହ ଯୋଡି ହୋଇ ରହିଥାଏ. ଏହାପରେ ୱାଇଫାଇ ଦେଉଥିବା ଏସି ୱେଭ୍ସ, ସେମିକଣ୍ଡକ୍ଟର ଭିତରକୁ ଚାଲିଯାଇଥାଏ ଓ ଡିସି ଭୋଲ୍ଟେଜରେ ପରିଣତ ହୋଇଥାଏ. ଏହାର ବ୍ୟବହାର ଇଲେକ୍ଟ୍ରିକ ସର୍କିଟ ଏବଂ ବ୍ୟାଟେରୀକୁ ରିଚାର୍ଜ କରିଥାଏ.

LEAVE A REPLY

Please enter your comment!
Please enter your name here