ଚୀନର ସ୍ମାର୍ଟଫୋନ ନିର୍ମାତା କଂପାନୀ ଓପୋ ନିଜର ଡୁଆଲ ରିୟର କ୍ୟାମେରା ଫୋନ ଓପୋ ଏ5 ଭାରତରେ ଲଂଚ କରିଛି. ଏହି ଫୋନକୁ ପ୍ରଥମେ ଚୀନରେ ଲଂଚ କରାଯାଇଥିଲା. ଏହି ଫୋନରେ ଫୁଲ ଡିସପ୍ଲେ, ଗୋରିଲା ଗ୍ଲାସ ପ୍ରୋଟେକ୍ସନ ସହ ଡୁଆଲ ରିୟର କ୍ୟାମେରା ରହିଛି. ଓପୋ ଏ5 ର ବଜାର ମୂଲ୍ୟ 14,990 ରହିଥିବା ବେଳେ ଏହାର ଟକ୍କର ଆସୁସ ଜେନଫୋନ ମ୍ୟାକ୍ସ ପ୍ରୋ ଏମ1, ସାଓମୀ ରେଡମୀ ନୋଟ 5 ପ୍ରୋ ଏବଂ ସ୍ୟାମସଙ୍ଗ ଗ୍ୟାଲାକ୍ସି ଜେ 6 ଭଳି ସ୍ମାର୍ଟ ଫୋନ ସହ ହେବ. ଏହି ଫୋନରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିଓ 8.1 ଏବଂ 6.2 ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ଅଛି, ଯାହାର ରିଜଲ୍ୟୁସନ 720 X 1520 ପିକ୍ସଲ ଏବଂ ଆସପେକ୍ଟ ରେସିଓ 19:9. ଡିସପ୍ଲେ ଉପରେ 2.5D ର କର୍ଡ ଗ୍ଲାସ ପ୍ରୋଟେକ୍ସନ ମଧ୍ୟ ଅଛି. ଏହା ଛଡା ଫୋନରେ 1.8 ଗୀଗାହର୍ଜର କ୍ୱାଲକାମ ସ୍ନ୍ୟାପଡ୍ର୍ୟାଗନ 450 ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ 506 ଜିପିୟୁ, 4 ଜିବି ରାମ୍, 32 ର ଷ୍ଟୋରେଜ୍ ଯାହାକୁ 256 ଜିବି ପର୍ଯ୍ୟନ୍ତ ବଢାଯାଇପାରିବ. ଏଥିରେ ଡୁଆଲ ସେଟଅପ କ୍ୟାମେରା ଅଛି. ଗୋଟିଏ କ୍ୟାମମେରା 13 ମେଗାପିକ୍ସଲ ହୋଇଥିବାବେଳେ ଅନ୍ୟଟି 2 ମେଗାପିକ୍ସଲ ଏବଂ ଫ୍ରଣ୍ଟ କ୍ୟାମେରା 8 ମେଗାପିକ୍ସଲ.ଏଥିସହ ବ୍ୟୁଟି ମୋଡ ଓ ଫେସ ଅନଲକ୍ ମଧ୍ୟ ରହିଛି.

LEAVE A REPLY

Please enter your comment!
Please enter your name here