ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସିଙ୍ଗିରି ଗାଁରେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି. ମିଳିଥିବା ସୂଚନା ଅନୁସାରେ, ପାଇଖାନା ଟାଙ୍କିରୁ ପରିବାର ଲୋକେ ଯୁବତୀଙ୍କୁ ଉଦ୍ଧାର କରି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ. ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ. ମୃତ ଯୁବତୀ ଜଣକ ପଞ୍ଚାନନ ଦଳାଇଙ୍କ ଝିଅ ରୂପା ଦଳାଇ ବୋଲି ଜଣାପଡିଛି. ତେବେ କିଭଳି ଓ କେଉଁ ପରିସ୍ଥିତିରେ ରୂପାଙ୍କ ମୃତ୍ୟୁ ଘଟିଲା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here