ଭୁବନେଶ୍ବର ଇସ୍କନ ସାମନାରେ ବର୍ଷା ଜଳ ନିଷ୍କାସନ ପାଇଁ ବିଏମସି ଓ ବିଡିଏ ପକ୍ଷରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଗଲା. ଇସ୍କନ ଜବରଦଖଲ ଉଚ୍ଛେଦ ବେଳେ କିଛି ସମୟ ପାଇଁ ଇସ୍କନ ଭକ୍ତ ଓ ଉଚ୍ଛେଦକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା . ଇସ୍କନ ପରିସରରେ ଥିବା ସମାଧିସ୍ଥଳକୁ ଭାଙ୍ଗିବା ବେଳେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା. ଇସ୍କନ ଦୁଇପାର୍ଶ୍ବରେ ଥିବା ହୋଟେଲ ଓ ସପିଂ ମଲ୍ ସାମନାରୁ ମଧ୍ୟ ଉଚ୍ଛେଦ କରାଯାଇଛି . ତେବେ ଜଳ ନିଷ୍କାସନ ପାଇଁ ଉଚ୍ଛେଦ ଆରମ୍ଭ କରିଥିବା ବିଏମସି ଓ ବିଡିଏ କର୍ତ୍ତୃପକ୍ଷଙ୍କୁ ଆମର ପ୍ରଶ୍ନ, ଇସ୍କନ ସାମନା ଜାତୀୟ ରାଜପଥରେ ଜଳ ନିଷ୍କାସନକୁ ନେଇ ସମସ୍ୟା ଲାଗି ରହିଥିବା ଟ୍ରାଫିକ ଜାମ୍ ବି ଭୟଙ୍କର ହେଉଛି. କିନ୍ତୁ ଆବଶ୍ୟକ ପାର୍କିଂ ପାଇଁ ସ୍ଥାନ ନଥିବା ବେଳେ କର୍ତ୍ତୃପକ୍ଷ କାହା ସ୍ବାର୍ଥରେ ହୋଟେଲ ଓ ସପିଂ ମଲ୍ ପାଇଁ ଅନୁମତି ଦେଇଛନ୍ତି. ହୋଟେଲ ଓ ମଲକୁ ଯାଉଥିବା ଲୋକମାନେ ରାସ୍ତା ଉପରେ ଗାଡି ପାର୍କିଂ କରୁଛନ୍ତି, ସେଥିପ୍ରତି କାହାର ନଜର ନାହିଁ  ନା ବାବୁମାନଙ୍କ ସହ ସଲାସୁତୁରାରେ ଖାଲି ସବୁ ଚାଲିଛି.

LEAVE A REPLY

Please enter your comment!
Please enter your name here