ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମହାବଳେଶ୍ୱରରେ ଏକ ବସ୍ ଦୁର୍ଘଟଣାରେ 33 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ବସରେ ଥିବା ଯାତ୍ରୀମାନେ ଦାପୋଲି କୃଷି ବିଶ୍ୱବିଦ୍ୟାଳୟର ସଦସ୍ୟ ବୋଲି ଜଣାପଡିଛି.

ବସଟି ଶନିବାର ଦିନ ପିକନିକ୍ ପାଇଁ ମହାବଳେଶ୍ୱର ଯାଉଥିଲା.  ସକାଳ 10 ଟା ସମୟରେ ପାହାଡ଼ ରାସ୍ତା ଦେଇ ଯାଉଥିବା ବେଳେ ପୋଲଡପୁରଠାରେ ହଠାତ୍ 500 ଫୁଟ ତଳକୁ ଖସିପଡ଼ିଥିଲା. ବସରେ ଥିବା ସମସ୍ତ ଯାତ୍ରୀଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି.

ଘଟଣା ସଂପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଁଞ୍ଚିଥିଲେ. ତଦନ୍ତକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ. ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି.

ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି.

 

 

LEAVE A REPLY

Please enter your comment!
Please enter your name here