ପ୍ରଥମେ ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, ପାରାଦୀପ ପରେ ଏବେ ପୁଣି ପୁରୀରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି. ଗତକାଲି ପୁରୀ ଜିଲ୍ଲା ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ନିକଟ ବେଲେଶ୍ୱରପାଟଣାରେ କିଛି ଦୁର୍ବୃତ୍ତ ବିକ୍ରମ ଆଚାର୍ଯ୍ୟ ନାମକ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି. ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ହୋଇଥିବା ଅନୁମାନ କରାଯାଉଛି. ବାରମ୍ବାର ଏଭଳି ସାମ୍ବାଦିକଙ୍କ ଉପରକୁ ଆକ୍ରମଣରୁ ଜଣାପଡୁଛି ଯେ, ସାମ୍ବାଦିକମାନ କେତେ ସୁରକ୍ଷିତ. ଯେଉଁମାନେ ଲୋକଙ୍କ ଉପକାର ପାଇଁ ଖବର ସଂଗ୍ରହ କରୁଛନ୍ତି, ଶେଷରେ ସେମାନଙ୍କୁ ହିଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି.