ଦିନକୁ ଦିନ ବଢୁଛି ବେକାରୀ ସମସ୍ୟା. ଏ ନେଇ ରାୟଗଡାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି. ଜିଲ୍ଲାରେ ବିଭିନ୍ନ ପ୍ରକାର କମ୍ପାନୀ ଥାଇ ମଧ୍ୟ ବେକାରୀ ସମସ୍ୟା  ଦୂର ହେଉନଥିବା କହିଛି ବିଜେପି. କାମଧନ୍ଦା ନ ପାଇ ଯୁବଯୁବତୀମାନେ ନିଜ ମାଟି ଛାଡି ଅନ୍ୟ ଜାଗାକୁ ଯାଉଛନ୍ତି ଚାକିରୀ ପାଇଁ. ତେବେ ଏଭଳି ଆଉ କେତେ ଦିନ ଚାଲିବ ଓ ଏହା କେବେ ଦୂର ହେବ ପ୍ରଶ୍ନ କରିଛି ବିଜେପି. ଅନ୍ୟପଟେ ଏହାର ସମାଧାନ ତୁରନ୍ତ କରା ନଗଲେ ଭବିଷ୍ୟତରେ ବିଧାନସଭା ଘେରାଉ ହେବ ବୋଲି ଚେତାବୀନ ଦେଇଛି ବିଜେପି ଯୁବ ମୋର୍ଚ୍ଚା.

 

LEAVE A REPLY

Please enter your comment!
Please enter your name here